How to Download Aadhar Card ? ଆଧାର କାର୍ଡ କେମିତି ଡାଉନଲୋଡ଼ କରାଯାଏ ?

ଆଧାର କାର୍ଡ ଆଜିକାଲି ଆମ ଜୀବନର ଏକ ଅତି ଜରୁରୀ ଡକ୍ୟୁମେଣ୍ଟ ହୋଇଯାଇଛି। ବ୍ୟାଙ୍କ ଖାତା ଖୋଲିବା ହେଉ ବା ସରକାରୀ ଯୋଜନାର ଲାଭ ଉଠାଇବା, ସବୁଠି ଏହାର ଆବଶ୍ୟକତା ପଡ଼ିଥାଏ। ଯଦି ଆପଣଙ୍କ ପାଖରେ ଆଧାର କାର୍ଡର ହାର୍ଡ କପି ନାହିଁ, ତେବେ ଚିନ୍ତା କରିବାର କିଛି ନାହିଁ। ଆପଣ ଘରେ ବସି ନିଜ ମୋବାଇଲ୍ ବା କମ୍ପ୍ୟୁଟର ସାହାଯ୍ୟରେ ଏହାକୁ ଡାଉନଲୋଡ୍ କରିପାରିବେ।

ପ୍ରଥମ ସ୍ଟେପ :-

ସର୍ବ ପ୍ରଥମେ ଯେକୌଣସି ଏକ ବ୍ରାଉଜର କୁ ଯାନ୍ତୁ ଏବଂ ସର୍ଚ୍ଚ ବାର ରେ ଲେଖନ୍ତୁ Aadhar Card Download ଏବଂ ସର୍ଚ୍ଚ କରନ୍ତୁ ସର୍ବପ୍ରଥମେ ଆସିଥିବା ୱେବସାଇଟ(https://uidai.gov.in) ଉପରେ କ୍ଲିକ କରନ୍ତୁ I ଏହାପରେ ତଳେ ଦିଆ ଯାଇଥିବା ପେଜ ଟି ଖୋଲି ଯିବ I

Downloadଉପରେ କ୍ଲିକ କରନ୍ତୁ  I ଏହାପରେ ତଳେ ଦିଆ ଯାଇଥିବା ପେଜ ଟି ଖୋଲି ଯିବ I

ପ୍ରଥମେ 4 ଟି ଅପସନ ରହିଛି ସେଥି ମଧ୍ୟରୁ Aadhaar Number ଅପସନ କୁ ସିଲେକ୍ଟ କରିବେ ,Enter Aadhaar Number ସ୍ଥାନରେ 12 ଅଙ୍କ ବିଶିଷ୍ଟ ଆଧାର ନମ୍ବର ଟି ଦେବେ, Enter Captcha ସ୍ଥାନରେ ସେହି ସ୍ଥାନର ସାମ୍ନାରେ ଥିବା କ୍ୟାପଚା ଟିକୁ ଭରନ୍ତୁ I ଏହାପରେ Send OTP ( ବଟନ ) ଉପରେ କ୍ଲିକ କରନ୍ତୁ, ମୋବାଇଲ ନୁମ୍ବର କୁ OTP ଆସିଥିବ ଚେକ କରିନିଅନ୍ତୁ I ଏହାପରେ ତଳେ ଦିଆ ଯାଇଥିବା ପେଜ ଟି ଖୋଲି ଯିବ I

ଆସିଥିବା OTP ଟିକୁ ଭରନ୍ତୁ Verify & Download ଉପରେ କ୍ଲିକ କରନ୍ତୁ, କିଛି ସମୟ ପରେ ଲୋଡିଙ୍ଗ ନେଇ ଆଧାର କାର୍ଡ ଟି ଡାଉନଲୋଡ଼ ହେଇଯିବ  I ଏହାପରେ ତଳେ ଦିଆ ଯାଇଥିବା ପେଜ ଟି ଖୋଲି ଯିବ I

Download ଉପରେ କ୍ଲିକ କରି pdf ଟି ପାସୱାର୍ଡ଼ ଦେଇ ଖୋଲି ପାରିବେ I ପାସୱାର୍ଡ଼ କେମିତି ଦେବେ ? Example- ଆପଣଙ୍କ ନାମ ଯଦି Ranjan Sahoo ଆପଣଙ୍କ ଜନ୍ମ ମସିହା 1999 ରେତେବେ ଆପଣଙ୍କର ପାସୱାର୍ଡ଼ ଟି ହେବ RANJ1999 I (ନାମର ପ୍ରଥମ 4 ଟି ଅକ୍ଷର ବଡ ଏବଂ ଯେଉଁ ମସିହାରେ ଜନ୍ମ ସେହିମସିହା ଲାଗିକି ଲେଖିବେ )

ଆପଣ ଆପଣଙ୍କର ଜ୍ଞାନକୁ ବଢ଼ାଇ ବା ପାଇଁ ଆମ ୱେବ ସାଇଟ ekhabara.com କୁ ଫୁଣି ଥରେ ଆସିବେ I

ଧନ୍ୟବାଦ !

Leave a Comment

Your email address will not be published. Required fields are marked *

Scroll to Top