ଓଡ଼ିଶାରେ ଜନ୍ମ ସାର୍ଟିଫିକେଟ୍ (Birth Certificate) ଅନଲାଇନରେ ଡାଉନଲୋଡ୍ କରିବା ବହୁତ ସହଜ। ସାର୍ଟିଫିକେଟ ଡାଉନଲୋଡ କରିବା ପାଇଁ ମୁଖ୍ୟତ ଯେଉଁ ମୋବାଇଲ ନମ୍ବର ଟି ସାର୍ଟିଫିକେଟ ସହିତ ଲିଙ୍କ ଅଛି ସେହି ନମ୍ବର ଟି ଚାଲୁଥିବା ନିହାତି ଜରୁରୀ ଅଟେ I ମୋବାଇଲ ନମ୍ବର କୁ ଓଟିପି (ଓଟିପି) ଆସିଥାଏ ଏବଂ ସେହି OTP କୁ ଭରିବାକୁ ହୁଏ I
ପ୍ରଥମ ସ୍ଟେପ-
ସର୍ବପ୍ରଥମେ ଯେକୌଣସି ଏକ ବ୍ରାଉଜର କୁ ଯାଇ birthdeath.odisha.gov.in ଲେଖି ସର୍ଚ କରନ୍ତୁ I ଏହି ପେଜଟି ଖୋଲି ଯିବ I ଖୋଲିବା ପରେ Citizen Services ଉପରେ କ୍ଲିକ କରନ୍ତୁ I ତଳେ ଦିଆ ଯାଇଥିବା ପେଜ ଟି ଖୋଲିଯିବ I
ଦ୍ଵିତୀୟ ସ୍ଟେପ -
ଏହି ପେଜ ଖୋଲିବା ପରେ Online Birth Services (ବାମ ପଟ ଥିବା ) ଅପସନ ଟିକୁ ସିଲେକ୍ଟ କରନ୍ତୁ I Apply Certificate ଉପରେ କ୍ଲିକ କରନ୍ତୁ I ତଳେ ଦିଆ ଯାଇଥିବା ପେଜ ଟି ଖୋଲିଯିବ I
ଏହି ପେଜ ଖୋଲିବା ପରେ Close ଉପରେ କିମ୍ବା କ୍ରସ ଉପରେ କ୍ଲିକ କରନ୍ତୁ I ଏହି ପପପ ଟି ବନ୍ଦ ହୋଇଯିବ I ଏହାପରେ ତଳେ ଦିଆ ଯାଇଥିବା ପେଜ ଟି ଖୋଲି ଯିବ I
Basic Details ସେକସନରେ ପ୍ରଥମେ ପିଲାଟି ଯେଉଁ ଜିଲ୍ଲାରେ ଜନ୍ମ ହୋଇଛି , ସେହି ଜିଲ୍ଲା ଟିକୁ ସିଲେକ୍ଟ କରନ୍ତୁ I ଦ୍ଵିତୀୟ ରେ ପିଲାଟି ଯେଉଁ ମେଡିକାଲ ରେ ଜନ୍ମ ସେ ମେଡିକାଲ ଟି ସେଲେକ୍ଟ କରନ୍ତୁ I (Date of Birth) ତୃତୀୟ ଅପସନ ରେ ପିଲାଟି ଯେଉଁ ତାରିଖରେ ଜନ୍ମ ସେ ତାରିଖ ଟିକୁ ସେଲେକ୍ଟ କରନ୍ତୁ I ଡାହାଣ ପଟ Search Details ସେକସନ ରେ Search By Registration No ଅପସନରେ ସିଲେକ୍ଟ କରନ୍ତୁ ଏବଂ ପାଖରେ ଥିବା କୋଠରି ରେ ରେଜିଷ୍ଟେସନ ନମ୍ବର ଟି ଲେଖନ୍ତୁ ପେଜ ର ବାମ( କିମ୍ବା ଡାହାଣ ପଟ) ପଟ search ଉପରେ କ୍ଲିକ କରନ୍ତୁ I ଏହାପରେ ତଳେ ଦିଆ ଯାଇଥିବା ପେଜଟି ଖୋଲିଯିବ ଏବଂ ରେଜଲ୍ଟ ଦେଖାଯିବ I
ତଳେ ଦିଆ ଯାଇଥିବା ପେଜତି ଧ୍ୟାନ ଦେଇ ଦେଖନ୍ତୁ I
(1) ଏକ ଲେଖା ଥିବା ଉପରେ କ୍ଲିକ କରନ୍ତୁ ,ଏହାପରେ ତଳେଥିବା ପେଜଟି ଖୋଲି ଯିବ I
ତିନୋଟି ଡଟ ଉପରେ କ୍ଲିକ କରନ୍ତୁ I ତଳେ ଦିଆ ଯାଇଥିବା ପେଜଟି ଖୋଲିଯିବ I
Download Certificate ଉପରେ କ୍ଲିକ କରନ୍ତୁ I ତଳେ ଦିଆଯାଇଥିବା ପେଜ ଟି ଖୋଲିଯିବ I
ମୋବାଇଲ ନମ୍ବର ଟି ଦେଇସାରିବାପରେ Send OTP ଉପରେ କ୍ଲିକ କରନ୍ତୁ I ମୋବାଇଲ ନମ୍ବର କୁ OTP ଆସିଥିବ I ତଳ ପେଜଟି କୁ ଧ୍ୟାନ ଦିଅନ୍ତୁ I
Close ଉପରେ କ୍ଲିକ କରନ୍ତୁ ଏହା ପରେ ପପପ ଟି ବନ୍ଦ ହୋଇଯିବ I ତଳେ ଦିଆଯାଇଥିବା ପେଜ ଟି ଦେଖାଯିବ I
ଫୋନ କୁ ଆସିଥିବା OTP ଟି ଦିଅନ୍ତୁ ଏହାପରେ Submit ଉପରେ କ୍ଲିକ କରନ୍ତୁ I କିଛି ସମୟ ପରେ ସାର୍ଟିଫିକେଟ ଟି ଡାଉନଲୋଡ ହୋଇଯିବ I
ଧନ୍ୟବାଦ
ପୁଣି ଆଉଥରେ ଆମ ୱେବସାଇଟ କୁ ଭିଜିଟ କରିବେ I