ନୂଆ ଭୋଟର କାର୍ଡ ପାଇଁ କିପରି ଆବେଦନ କରିବେ? ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା।

ଭୋଟର କାର୍ଡ ବା EPIC (Electors Photo Identity Card) କଣ?

ଭୋଟର କାର୍ଡ ବା EPIC ହେଉଛି ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା ଜାରି କରାଯାଇଥିବା ଏକ ସରକାରୀ ପରିଚୟ ପତ୍ର, ଯାହା ନାଗରିକଙ୍କୁ ନିର୍ବାଚନରେ ମତଦାନ କରିବା ପାଇଁ ଅଧିକାର ପ୍ରଦାନ କରିଥାଏ। ଏଥିରେ ଭୋଟରଙ୍କ ଫଟୋ, ନାମ ଏବଂ ଠିକଣା ସହ ଏକ ସ୍ୱତନ୍ତ୍ର ନମ୍ବର ଥାଏ, ଯାହା ଜାଲିଆତି ରୋକିବାରେ ସାହାଯ୍ୟ କରେ। ମତଦାନ ବ୍ୟତୀତ ଏହା ଭାରତର ଯେକୌଣସି ସ୍ଥାନରେ ଏକ ବୈଧ ବ୍ୟକ୍ତିଗତ ପରିଚୟ ଏବଂ ଠିକଣା ପ୍ରମାଣ ପତ୍ର ଭାବରେ ମଧ୍ୟ ବ୍ୟବହୃତ ହୋଇଥାଏ।

୨. ଆବେଦନ କରିବା ପାଇଁ ଯୋଗ୍ୟତା (Eligibility Criteria) କଣ ?

ନୂଆ ଭୋଟର କାର୍ଡ ପାଇଁ ଆବେଦନ କରିବାକୁ ହେଲେ ନିମ୍ନଲିଖିତ ଯୋଗ୍ୟତାଗୁଡ଼ିକ ରହିବା ଆବଶ୍ୟକ:

  • ନାଗରିକତା: ଆବେଦନକାରୀ ଜଣେ ଭାରତୀୟ ନାଗରିକ ହୋଇଥିବା ଜରୁରୀ।

  • ବୟସ: ଆବେଦନକାରୀଙ୍କ ବୟସ ୧୮ ବର୍ଷ କିମ୍ବା ତା’ଠାରୁ ଅଧିକ ହୋଇଥିବା ଆବଶ୍ୟକ।

  • ସ୍ଥାୟୀ ବାସିନ୍ଦା: ଆବେଦନକାରୀ ଯେଉଁ ନିର୍ବାଚନ ମଣ୍ଡଳୀ ପାଇଁ ଆବେଦନ କରୁଛନ୍ତି, ସେଠାରେ ସେ ସାଧାରଣତଃ ଜଣେ ବାସିନ୍ଦା ହୋଇଥିବା ଦରକାର।

  • ଅଯୋଗ୍ୟତା: ସେ କୌଣସି କାରଣରୁ (ଯେପରିକି ମାନସିକ ଅସୁସ୍ଥତା କିମ୍ବା ନିର୍ବାଚନ ସମ୍ବନ୍ଧୀୟ ଦୁର୍ନୀତି) ଭୋଟର ତାଲିକାରେ ନାମ ପଞ୍ଜିକରଣ ପାଇଁ ଅଯୋଗ୍ୟ ଘୋଷିତ ହୋଇନଥିବା ଆବଶ୍ୟକ।

୩. ଆବଶ୍ୟକୀୟ ଡକମେଣ୍ଟ (Required Documents) କଣ ?

  • ଆବେଦନକାରୀଙ୍କର ବର୍ତମାନର ଏକ ରଙ୍ଗୀନ ପାସପୋର୍ଟ ସାଇଜ୍ ଫଟୋ।

  • ଆଧାର କାର୍ଡ, ପ୍ୟାନ୍ କାର୍ଡ, ଜନ୍ମ ପ୍ରମାଣ ପତ୍ର (Birth Certificate), କିମ୍ବା ଦଶମ ଶ୍ରେଣୀର ମାର୍କସିଟ୍ ଆଦି ଏଥି ମଧ୍ୟରୁ ଗୋଟିଏ ଡକମେଣ୍ଟ ଆବଶ୍ୟକ ।

  • ମୋବାଇଲ୍ ନମ୍ବର ଆବଶ୍ୟକ।

  • ଆବେଦନକାରୀଙ୍କ ପିତାଙ୍କ ଭୋଟର କାର୍ଡ ଆବଶ୍ୟକ I ( ଯଦି ମହିଳା ଥିବେ ତେବେ ସ୍ବାମୀଙ୍କ ଭୋଟର କାର୍ଡ)

Leave a Comment

Your email address will not be published. Required fields are marked *

Scroll to Top